୧୨ ବର୍ଷର ଝିଅକୁ ଗଣବଳାତ୍କାର

ରାଜଧାନୀ ଦିଲ୍ଲୀରେ ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ନିର୍ଜନ ସ୍ଥାନକୁ ନେବା ପରେ ଚାରି ଜଣ ଦୁଷ୍କର୍ମ କରିଛନ୍ତି।
ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତର ଦିଲ୍ଲୀ ସଦର ବଜାରର ଏକ ଚା ଦୋକାନ ଅଛି। ଅଭିଯୁକ୍ତ ତିନି ନାବାଳକ ତାଙ୍କ ଦୋକାନରେ କାମ କରନ୍ତି। ଜଣେ ମହିଳା ସଫେଇ କର୍ମଚାରୀ ଜାନୁଆରୀ ୧ରେ ତାଙ୍କ ଦୋକାନକୁ ଆସିଥିଲେ। ଚା ଦୋକାନୀ ତାଙ୍କୁ ନୂଆ ବର୍ଷ ସେଲିବ୍ରେସନ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ତା ପରଦିନ ମହିଳା ଜଣକ, ତାଙ୍କ ସହ କାମ କରୁଥିବା ଜଣେ ୧୨ ବର୍ଷର ସଫେଇ କର୍ମଚାରୀଙ୍କୁ ପ୍ରଲୋଭନ ଦେଖାଇ ଏକ ଅସ୍ଥାୟୀ କୋଠାକୁ ନେଇଥିଲେ। ସେଠାରେ ଚା ଦୋକାନୀଙ୍କ ସମେତ ଅନ୍ୟ ତିନି ଜଣ ନାବାଳକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିଲେ ମଧ୍ୟ ଏନେଇ କାହାକୁ କହିନଥିଲେ। ପରଦିନ ଯେତେବେଳେ ସଫେଇ କରିବାକୁ ସଦର ବଜାରକୁ ଆସିଥିଲେ, ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଘଟଣା ବାବଦରେ କହିଥିଲେ।
ସେ ତାଙ୍କ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଅଭିଯୋଗ କରାଯାଇଛି।
Powered by Froala Editor