ଯୁବକଙ୍କୁ ଦଳିଦେଲା ଦନ୍ତା
ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବ୍ରହ୍ମାନନ୍ଦ ନାଏକ। ସେ ଚାଉଳିଆ ଗାଁର ବାସିନ୍ଦା ଥିଲେ। ଧାନବିଲକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ବ୍ରହ୍ମାନନ୍ଦ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ ଅଧିକାରୀ। ସେମାନେ ଘଟଣାର ତଦନ୍ତ କରୁଛନ୍ତି।
ଦନ୍ତାହାତୀଟି କିଛି ଦିନ ହେବ ଚାଉଳିଆ ଆଖପାଖ ଅଞ୍ଚଳରେ ବୁଲୁଛି। ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ଦନ୍ତାହାତୀଟିକୁ ଘଉଡ଼ାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
Powered by Froala Editor