ଦିବ୍ୟା ପାହୁଜା ହତ୍ୟା ଘଟଣାରେ ୩ ଗିରଫ, BMW କାର ଠାବ
ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ । ହତ୍ୟା ପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ BMW କାରରେ ରଖୁଥିବା ଦେଖିବାକୁ ମିଳୁଛି। ଏହାପରେ କେଉଁଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ତେବେ ପଞ୍ଜାବର ପଟିଆଲରୁ କାର ଜବତ ହୋଇଛି। ତେବେ କାର୍ଟି ଲକ ହୋଇ ରହିଛି। ସେହିପରି ପୁଲିସ୍ ଏହାର ଡିକି ମଧ୍ୟରୁ ଦିବ୍ୟାଙ୍କ ମୃତଦେହ ଠାବ କରିଛି କି ନାହିଁ, ସେକଥା ଜଣାପଡ଼ିନି। ପୂର୍ବରୁ ପୁଲିସ୍ ଆଶଙ୍କା କରିଥିଲା ଯେ ଦିବ୍ୟାଙ୍କ ମୃତଦେହକୁ ପଞ୍ଜାବର କୌଣସି ନଦୀରେ ଭସାଇ ଦିଆଯାଇଛି।
ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଏନକାଉଣ୍ଟର ମିଛ ସନ୍ଦେହ କରି ମଡେଲ ଦିବ୍ୟାଙ୍କ ସହ ତାଙ୍କ ମା ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ।
୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ ହତ୍ୟା କରାଯାଇଛି ।
Powered by Froala Editor