ବିଭିନ୍ନ ସ୍ଥାନରେ ଘନ କୁହୁଡି,୩ ଦିନ ପାଇଁ ସତର୍କତା ଜାରି
ଭୁବନେଶ୍ବର: କଲବଲ କରୁଛି କୁହୁଡି । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ଦୃଶ୍ୟମାନ କ୍ଷମତା ୩୦ ମିଟର ରେକର୍ଡ କରାଯାଇଛି । ସେହିଭଳି ନୟାଗଡରେ ୪୦ ମିଟର ଦୃଶ୍ୟମାନ କ୍ଷମତା ରେକର୍ଡ କରାଯାଇଛି ।
ସର୍ବନିମ୍ନ ରାତିର ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ପାହାଡିଆ ଅଞ୍ଚଳ ମାନଙ୍କ ମଧ୍ୟରେ କୋରାପୁଟରେ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ନିର୍ମଳ ଆକାଶ ଓ ଜଳିୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଘନ କୁହୁଡି ପରଲକ୍ଷିତ ହେଉଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଆସନ୍ତା ୩ ଦିନ ଘନ କୁହଡି ପାଇଁ ସତର୍କତା ଜାରି କରାଯାଇଛି । ଏହି ସମୟରେ ଦୃଶ୍ୟମାନ କ୍ଷମତା ୨୦୦ ମିଟର ରହିପାରେ । ଏନେଇ କିଛି ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣି ଜାରି କରଯାଇଛି । ଆସନ୍ତାକାଲିଠୁ ଦୁଇ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।
Powered by Froala Editor