ଦଳିତ ମହିଳାଙ୍କୁ ରାସ୍ତାରେ ଲାଠି ମାଡ଼

ବିହାରର ସୀତାମଢ଼ୀ ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ପିଟୁଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି । ଭିଡିଓରେ ପୁଲିସର ବର୍ବରତା ସ୍ପଷ୍ଟ ଭାବେ ନଜର ଆସିଛି। ମାଡ଼ ମାରିଥିବା ପୁଲିସ ଜଣକ ସୁରସଣ୍ଡ ଥାନା ପ୍ରଭାରୀ ରାଜ କିଶୋର ସିଂହ । ଥାନା ପ୍ରଭାରୀ ରାଜ କିଶୋର ସିଂହ ହାତରେ ଲାଠି ଧରି ଦଳିତ ମହିଳାଙ୍କୁ ବିଚ୍ ରାସ୍ତାରେ ନିର୍ଧୁମ ମାଡ଼ ମାରୁଥିବା ଭିଡିଓରେ ନଜର ଆସିଛନ୍ତି।
ମହିଳା ଜଣକ ଚିତ୍କାର କରୁଥିଲେ ସୁଦ୍ଧା ସେ ଲଗାତାର ତାଙ୍କ ଉପରେ ଲାଠି ବର୍ଷା କରି ଚାଲିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ।
ପୁଲିସ କହିଛି ଯେ, ଗୋଟାଏ ଅପହରଣ ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍ ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉକ୍ତ ପୁଲିସ କର୍ମଚାରୀଜଣକ ଉଦ୍ୟମ କରୁଥିଲେ। ରାସ୍ତା ଉପରେ ମାଡ଼ଗୋଳ କରୁଥିବା ୨ଜଣ ମହିଳାଙ୍କୁ ଘଉଡ଼ାଇବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି।
Powered by Froala Editor