ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା

କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲ୍ଡି ବ୍ରାର ଜଡିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି , ସୀମା ବାହାରେ ଥିବା ଆତଙ୍କବାଦୀ ଏଜେନ୍ସି ଗୋଲ୍ଡି ବ୍ରାରକୁ ସମର୍ଥନ କରୁଥିବା ସହ ସେ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି। ରାଷ୍ଟ୍ରବାଦୀ ନେତାମାନଙ୍କୁ ଧମକପୂର୍ଣ୍ଣ କଲ କରିବା, ଧମକ ଦେଇ ଟଙ୍କା ମାଗିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହତ୍ୟା ଦାବି ପୋଷ୍ଟ କରିବାରେ ଜଡିତ୍ ଥିଲେ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ସେ ସୀମାର ଆରପାର୍ଶ୍ୱରୁ ଡ୍ରୋନ୍ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଚୋରା କାରବାର କରି ବିଭିନ୍ନ ହତ୍ୟାକାଣ୍ଡରେ ବ୍ୟବହାର କରୁଛି। ଏସବୁ କାର୍ଯ୍ୟକଳାପକୁ ଦେଖି ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କରାଯାଉଛି।
Powered by Froala Editor