ପୁତ୍ର ସନ୍ତାନର ମା’ ହେବେ ସୀମା!

ନୂଆବର୍ଷରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସଚିନ ଓ ସୀମା। ସୀମା ମା’ ହେବାକୁ ଯାଉଛନ୍ତି। ଏକ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇ ସୀମା ଏହା କହିଛନ୍ତି। ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ ସେ କହିଛନ୍ତି, ଏତେ ଶୀଘ୍ର ନହେଲେ ବି ସଚିନ ଓ ତାଙ୍କର ଏକ ପିଲା ନିଶ୍ଚୟ ହେବ। ତେବେ ସୀମାଙ୍କ ସଂପର୍କରେ ତାଙ୍କ ଶଶୁର ଗଣମାଧ୍ୟମରେ କହିଛନ୍ତି ଯେ ସେ ବୋହୂର ହାତ ରେଖା ଦେଇଛନ୍ତି। ସଚିନ ଓ ସୀମାଙ୍କର ପ୍ରଥମେ ପୁଅ ହିଁ ହେବ।
ପାକିସ୍ତାନରୁ ଆସିଥିବା ସୀମା ହାଇଦର କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ସୀମା ଚର୍ଚ୍ଚାରେ ରହିଥାନ୍ତି। ସୀମା ହାଇଦରଙ୍କ ପ୍ରେମ କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆକର୍ଷଣୀୟ ତାଙ୍କ ଚଳଚ୍ଚିତ୍ର ମଧ୍ୟ। ସୀମା ତାଙ୍କ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି।
Powered by Froala Editor