ଅଯୋଧ୍ୟା ଆସନ୍ତୁନି, ୨୨ରେ ନିଜ ଘରେ ଦୀପାବଳି ପାଳନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ମହର୍ଷୀ ବାଲ୍ମିକୀ ବିମାନବନ୍ଦର, ଅଯୋଧ୍ୟା ଧାମ ରେଳ ଷ୍ଟେସନ ଓ ଆଉ କେତେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଜାନୁଆରି ୨୨ରେ ହେବାକୁ ଥିବା ଶ୍ରୀରାମଲଲ୍ଲା ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ଅଯୋଧ୍ୟା ଆସନ୍ତୁ ନାହିଁ। ଘରେ ରହି ଦୀପ ଜାଳି ଏହି ଶୁଭ ଅବସରକୁ ପାଳନ କରନ୍ତୁ। ଏହି ଦିନ ପୂରା ଦେଶବାସୀ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେ ଏଠାରେ ପହଞ୍ଚି ଏକ ବିରାଟଳ ରୋଡ ଶୋ' କରିଥିଲେ। ଏଥିସହ ଅଯୋଧ୍ୟା ଧାମ ରେଳ ଷ୍ଟେସନ, ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୋଦି ଦେଶବାସୀଙ୍କୁ ବିଶେଷ ଅନୁରୋଧ କରିଛନ୍ତି।
ସେ କହିଛନ୍ତି “ସମସ୍ତେ ଚାହାଁନ୍ତି ଯେ ଅଯୋଧ୍ୟା ଆସି ଜାନୁଆରୀ ୨୨ ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ଦିଅନ୍ତୁ, କିନ୍ତୁ ସମସ୍ତଙ୍କ ପାଇଁ ଆସିବା ସମ୍ଭବ ନୁହେଁ । ତେଣୁ ମୁଁ ସମସ୍ତ ରାମ ଭକ୍ତମାନଙ୍କୁ ଅନୁରୋଧ କରୁଛି ଯେ ଜାନୁଆରୀ ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନେ ନିଜ ସୁବିଧା ଅନୁଯାୟୀ ଅଯୋଧ୍ୟାକୁ ଆସନ୍ତୁ । ଆପଣମାନେ ୫୫୦ ବର୍ଷ ଅପେକ୍ଷା କଲେଣି, ଆଉ କିଛି ଦିନ ଅପେକ୍ଷା କରନ୍ତୁ ।’’
ଜନୁଆରୀ ୨୨ ତାରିଖ ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
Powered by Froala Editor