କମିବ ପେଟ୍ରୋଲ ଓ ଡିଜେଲ ଦର !
ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୮ରୁ ୧୦ ଟଙ୍କା ପର୍ୟ୍ୟନ୍ତ କମିପାରେ ବୋଲି ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି ।
ନୂଆବର୍ଷ ପୂର୍ବରୁ ଦର ହ୍ରାସ ନେଇ ଘୋଷଣା କରାଯିବା ଆଶା କରାଯାଉଛି । ଏହା ସହ ଆଗକୁ ସାଧାରଣ ନିର୍ବାଚନ ରହିଛି । ତେଣୁ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ଧରଣର ହ୍ରାସ ପାଇଁ ବିଚାର କରାଯାଉଛି । ଇନ୍ଧନ ଦରରେ ଏହି ହ୍ରାସର କିଛି ଭାଗ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଙ୍କ ତରଫରୁ କରାଯିବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହ୍ରାସ ହୋଇଛି । ଫଳରେ ତେଲ ଆମଦାନୀ ଶସ୍ତା ହୋଇଛି । ତେଣୁ ଦର ହ୍ରାସ ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
Powered by Froala Editor