ଝାଡଖଣ୍ଡ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବି.ଆର ଷଡ଼ଙ୍ଗୀ
ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର ଷଡ଼ଙ୍ଗୀ ହେବେ ଝାଡଖଣ୍ଡ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଜଷ୍ଟିସ୍ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି । ସେହିପରି ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏମଏମ ଶ୍ରୀବାସ୍ତବଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜସ୍ଥାନ ହାଇକୋର୍ଟର ବିଚାରପତି ଜିଷ୍ଟିସ୍ ଅନୁର ଭଶାଂଲୀଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ କଲେଜିୟମ ସୁପାରିଶ କରିଛି । ଏହାସହ ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଜୟ ବିଷ୍ନୋଇଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ ନାଁକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିଶ କରିଛି ।
ଜଷ୍ଟିସ ସୁଭାଶିଷ ତଳପାତ୍ର ମୁଖ୍ୟ ବିଚାରପତି ଭାବେ ଅବସର ନେବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଛି । ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ୟ୍ୟ କରୁଛନ୍ତି । ଏବେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି ।
ସୂଚନା ଥାଉକି, ନୟାଗଡ଼ ଓଡ଼ଗାଁରେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଘର । ସେ ଭୁବନେଶ୍ୱର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ । ବାଣିବିହାର ଉତ୍କଳ ୟୁନିଭର୍ସିଟି ଅଧିନ କଟକର ଏମ୍ଏସ୍ ଲ’ କଲେଜ୍ରୁ ଏଲ୍ଏଲ୍ ବି ଓ ଏଲ୍ଏଲ୍ ଏମ୍ ପାସ୍ କରିବା ପରେ ସମ୍ବଲପୁର ୟୁନିଭର୍ସିଟିରୁ ଲ’ରେ ପିଏଚ୍ଡି ଲାଭ କରିଥିଲେ । ଏହାପରେ ଶ୍ରୀଷଡ଼ଙ୍ଗୀ ୧୯୮୫ ଡିସେମ୍ବରରେ ବାର୍ରେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ।
Powered by Froala Editor