କୁଆଡେ ଗଲା ଫେମ୍ ଗାର୍ଲଙ୍କ ଫଟୋ : ପାର୍ଲେ-ଜୀ ପ୍ୟାକେଟରେ ବୁନଶାହ-ଜୀ !

୯୦ ଦଶକରୁ ଆଜି ଯାଏ ପାର୍ଲେ-ଜୀ ବିସ୍କୁଟକୁ କିଏ ନଖାଇଛି । ଏହାର ବ୍ରାଣ୍ଡ ଛବି ହେଉଛି ପ୍ୟାକେଟ ଉପରେ ଥିବା ଛୋଟ ଝିଅଟି । ହେଲେ ପାର୍ଲେ-ଜି କମ୍ପାନୀ ନିଜର କମ୍ପାନୀର ଫେମ ପାର୍ଲେ ଗାର୍ଲକୁ ହଟାଇ ଜଣେ ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କର ଫଟୋ ସ୍ଥାନିତ କରିଛନ୍ତି। ଯାହାକୁ ନେଇ ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଘଟଣା ହେଉଛି କି, ବୁନଶାହ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ମଜାଦାର ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜର ଏକ ଭିଡିଓ କରି ୟୁଜର୍ସଙ୍କୁ ଏକ ପ୍ରଶ୍ନ ପଚାରିଥିଲେ।ଯଦି ଆପଣମାନେ ପାର୍ଲେର ମାଲିକଙ୍କୁ ଭେଟନ୍ତି, ତେବେ ଆପଣଙ୍କୁ କଣ କହି ସମ୍ବୋଧନ କରିବେ। ପାର୍ଲେ ସାର୍, ମିଷ୍ଟର ପାର୍ଲେ ନା ପାର୍ଲେ ଜୀ? ଭିଡିଓଟି ଖୁବ୍ ଭାଇରାଲ ହେବା ସହ ୟୁଜର୍ସ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଥିଲେ।
ପରେ ପାର୍ଲେ-ଜି ଅଫିସିଆଲ ହ୍ୟାଣ୍ଡେଲ ବୁନଶାହଙ୍କ ଭିଡିଓରେ କମେଣ୍ଟ ଦେବା ସହ ତାଙ୍କ ଫଟୋ ରଖି ବିସ୍କୁଟ ପ୍ୟାକେଟ ପୋଷ୍ଟ କରିଥିଲା। ଯେଉଁଥିରେ ବୁନଶାହଙ୍କ ହସୁଥିବା ଫଟୋ ସହ ପାର୍ଲେ-ଜୀ ବଦଳରେ ବୁନଶାହ-ଜି ଲେଖାଯାଇଥିଲା।
ତେବେ ଏହାକୁ ନେଇ ପାର୍ଲେ-ଜୀ କମ୍ପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ହେଲେ ବହୁ ପୁରୁଣା ପାର୍ଲେ-ଜୀ ପ୍ୟାକେଟରେ ବୁନଶାହଙ୍କ ଫଟୋ କେତେକ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ ।
Powered by Froala Editor