କରୋନାରେ ରାଜନେତା ବିଜୟକାନ୍ତଙ୍କ ପରଲୋକ

ନୂଆଦିଲ୍ଲୀ: ପୁଣି କୋଭିଡ୍ ନେଲା ଜୀବନ । କରୋନାରେ ଆକ୍ରାନ୍ତ ହୋଇ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ପରଲୋକ ହୋଇଛି । ଅଭିନେତା ତଥା ଡିଏମଡିକେ ପାର୍ଟିର ଅଧ୍ୟକ୍ଷ କ୍ୟାପ୍ଟେନ୍ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତି ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲଟରରେ ରଖାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଡାକ୍ତର ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ହସ୍ପିଟାଲ ବାହାରେ ତାଙ୍କ ପ୍ରଶଂସକ ଏକାଠି ହୋଇଛି ।
ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁପରେ ଡାକ୍ତରଖାନା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିଜୟକାନ୍ତ ୨୦୦୫ର ଦେଶିଆ ମୁରପକ୍କୁ ଦ୍ରାବିଡ କାଜଗାମ ପାର୍ଟି ଗଠନ କରିଥିଲେ। ୨୦୧୧ ରୁ ୨୦୧୬ ପର୍ୟ୍ୟନ୍ତ ତାମିଲନାଡୁର ଡିଏମଡିକେ ମୁଖ୍ୟ ବିରୋଧୀ ଦଳ ଥିଲା ଏବଂ ବିଜୟକାନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।
Powered by Froala Editor