ଘନ କୁହୁଡ଼ି ପାଇଁ ୨୨ଟି ଟ୍ରେନ୍ ଓ ୧୩୪ଟି ଫ୍ଲାଇଟ୍ ସମୟ ପରିବର୍ତ୍ତନ
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ’ସାଙ୍ଗକୁ କଲବଲ କରୁଛି କୁହୁଡି । ଦିଲ୍ଲୀ-ଏନସିଆର ସହିତ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଜମିଯାଇଛି । କୁହୁଡ଼ି ପାଇଁ ଭିଜିବିଲିଟି ହ୍ରାସ ପାଇଛି । ଦୃଶ୍ୟମାନ କମିଥିବାରୁ ଅଧିକାଂଶ ଟ୍ରେନ୍ ଓ ଫ୍ଲାଇଟ୍ ଉଡ଼ାଣ ପ୍ରଭାବିତ ହୋଇଛି । କୁହୁଡି ପାଇଁ କିଛି ବିମାନ ଉଡ଼ାଣ ବିଳମ୍ବିତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଘନ କୁହୁଡ଼ି ପାଇଁ ୨୨ଟି ଟ୍ରେନ୍ ଓ ୧୩୪ଟି ଫ୍ଲାଇଟ୍ ସମୟ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳ ବିଭାଗର ସୂଚନା ଅନୁଯାୟୀ, ୨୨ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । କିଛି ଟ୍ରେନ୍ ୮ରୁ ୧୦ଘଣ୍ଟା ବିଲମ୍ବରେ ଚାଲୁଛି । ଫଳରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘନ କୁହୁଡ଼ି ଯୋଗୁ ବିମାନଗୁଡ଼ିକ ଉଡ଼ାଣ ସମୟ ପରିବର୍ତ୍ତନ ହୋଇଛି ।
ଦିଲ୍ଲୀରେ ସକାଳୁ କୁହୁଡିର ପ୍ରକୋପ ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁ ଦୃଶ୍ୟମାନ ହ୍ରାସ ପାଇଛି । ଧୁଆଁ ଧୁଆଁ ହୋଇଛି ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ । ରାସ୍ତା ଘାଟ ଦେଖାଯାଉନାହିଁ, ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ସକାଳର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରହିଛି । ଦିଲ୍ଲୀରେ ୫୦ମିଟର ଦୃଶ୍ୟମାନ ହେଉନାଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି ।
Powered by Froala Editor