Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ...

  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ...

  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ...

  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା

  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ...

  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ...

  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ...

Home ›› ››ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା: ଉଭୟଙ୍କୁ ଗିରଫ କଲା ପୁଲିସ

ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା: ଉଭୟଙ୍କୁ ଗିରଫ କଲା ପୁଲିସ

2023-12-28 06:24:40
15357
Share:
Facebook
Twitter
E-Mail
WhatsApp
Telegram
ସରପଞ୍ଚଙ୍କୁ ଏସଡିଓଙ୍କ ଆକ୍ରମଣ ଘଟଣା: ଉଭୟଙ୍କୁ ଗିରଫ କଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀରରେ ଏସଡ଼ିଓ ଓ ସରପଞ୍ଚଙ୍କ ମଧ୍ୟରେ ଝଗଡ଼ା ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ ସରପଞ୍ଚ ଓ ସମ୍ପୃକ୍ତ ସରକାରୀ ଅଧିକାରୀ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି । ଏଭଳି ସ୍ଥଳେ ଉଭୟ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ କ୍ରମେ କାର୍ୟ୍ୟାନୁଷ୍ଠାନ ନେଇ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀର ହରିଶଙ୍କରରେ ଚାଲିଥିବା ୫-ଟି ଉନ୍ନୟନ କାମକୁ ନେଇ ସେଠିକାର ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ପୂର୍ତ୍ତ ଓ ଗୃହ ବିଭାଗ ଏସଡିଓ ସିଦ୍ଧାର୍ଥ ଦାସ ମଧ୍ୟରେ ହାତାହାତି ହୋଇଥିଲା । ସରପଞ୍ଚଙ୍କ ଉପରେ ଏସଡିଓ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଉଭୟ ପରସ୍ପର ବିରୋଧରେ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସରପଞ୍ଚ ସୁଶୀଳ ଗୁରୁ କହିଛନ୍ତି, "ମୁଁ ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦ ସଦସ୍ୟ ଭାବରେ ଏଠିକାର ଉନ୍ନୟନ କାମ ଦେଖିବାକୁ ଆସିଥିଲି ଏବଂ ଏଠି କାମ ଅତି ନିମ୍ନମାନର ହୋଉଥିବାର ଏସଡିଓଙ୍କୁ ଜଣାଇଥିଲି । ପୂର୍ବରୁ ଏଠାରେ ଗୋଟିଏ ସୁନ୍ଦର ସିଡି ଥିବାବେଳେ ଏବେ ତାକୁ ଭାଙ୍ଗି ଦିଆଯାଇ ଅତି ନିମ୍ନମାନର କାମ କରାଯାଉଛି । ଏ ସମ୍ପର୍କରେ ଏସଡିଓଙ୍କୁ କହିଥିଲି । ହେଲେ ଓଲଟା ଏସଡିଓ ଓ ତାଙ୍କ ସହିତ ଥିବା ଜେଇ ମୋତେ ଠେଲିଦେଇ ମାଡ଼ ମାରିବା ସହ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ ।'' ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଓଲଟା ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଏସଡିଓ ସିଦ୍ଧାର୍ଥ ଦାସ । ତାଙ୍କ କହିବା କଥା, ସେମାନେ କାମରେ ନିୟୋଜିତ ଥିବାବେଳେ ସରପଞ୍ଚ ଆସି ତାଙ୍କୁ ନିମ୍ନମାନର କାମ ହେଉଥିବାର କହି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏହାସହ ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ । ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ସରପଞ୍ଚଙ୍କୁ କେବଳ ଧରିଥିଲେ ବୋଲି କହିଛନ୍ତି ଏସଡିଓ । ସେପଟେ ଉଭୟଙ୍କ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ତେବେ ଏହାକୁ ନେଇ ଏ ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Powered by Froala Editor

Tags Arrested

Related articles Odisha News Lens 4.1

  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

    14623
    Mar 29, 2026
  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...
    ଦେଶ-ଦେଶାନ୍ତର

    ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...

    14013
    Mar 29, 2026
  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
    ଜିଲ୍ଲା ପରିକ୍ରମା

    ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14932
    Mar 30, 2026
  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ
    ଦେଶ-ଦେଶାନ୍ତର

    ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

    15229
    Mar 30, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ,  କଡ଼ା ଭାଷାରେ ନିନ୍ଦା ...
    ଦେଶ-ଦେଶାନ୍ତର

    ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା ...

    14175
    Mar 30, 2026
  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ
    ଦେଶ-ଦେଶାନ୍ତର

    ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

    14323
    Mar 30, 2026
  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15365
    Mar 28, 2026
  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା
    ରାଜନୀତି

    ୯ ବିଜେଡି କାଉନସିଲର ସମୂହ ଇସ୍ତଫା

    13698
    Mar 30, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
    ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14364
    Mar 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14932
    Mar 30, 2026
  • ଦେଶ-ଦେଶାନ୍ତର

    ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

    14013
    Mar 29, 2026
  • ଦେଶ-ଦେଶାନ୍ତର

    ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

    14623
    Mar 29, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15862
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15314
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15449
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15073
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14052
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15030
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15536
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13831
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14364
    Mar 28, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ସସ୍ମିତ ପାତ୍ର

    14175
    Mar 30, 2026
  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା

    13698
    Mar 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In