ୟୁଜିସି ବଡ ନିଷ୍ପତ୍ତି : ଏମ.ଫିଲ ଡିଗ୍ରୀ ରଦ୍ଦ
ଏମ.ଫିଲକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ବା ୟୁଜିସି । ବାସ୍ତବରେ ୟୁଜିସି ଏମ.ଫିଲ ଡିଗ୍ରୀକୁ ରଦ୍ଦ କରିଛନ୍ତି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ରେ ଆଡମିଶନ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। କଲେଜଗୁଡ଼ିକ ସହିତ ୟୁଜିସି ସଚିବ ମନୀଷ ଯୋଶୀ ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିଶନ ନକରିବାକୁ ଅନୁରୋଧ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ସ୍ବୀକୃତି ବନ୍ଦ ହୋଇଯାଇଛି।
ସୂଚନା ମୁତାବକ ୟୁଜିସି ମାଷ୍ଟର ଅଫ୍ ଫିଲୋସଫି ଡିଗ୍ରୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏ ବାବଦରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି ଯେ ଏମ.ଫିଲ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ। ବାସ୍ତବରେ ଏମ.ଫିଲ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ହେଉଛି ଦୁଇ ବର୍ଷର ସ୍ନାତକୋତ୍ତର ଏକାଡେମିକ୍ ଅନୁସନ୍ଧାନ ପାଠ୍ୟକ୍ରମ।
Powered by Froala Editor