ଏବେ କରୋନା ଆଡଭାନ୍ସ ସୁବିଧା ବନ୍ଦ କରି ଦେଇଛି ଇପିଏଫଓ
ନୂଆଦିଲ୍ଲୀ : ଇପିଏଫଓର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇପିଏଫଓ ଏବେ କରୋନା ଆଡଭାନ୍ସ ସୁବିଧା ବନ୍ଦ କରି ଦେଇଛି। କରୋନା ମହାମାରୀ ସମୟରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏହାର ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ପିଏପ ଆକାଉଣ୍ଟରୁ ଅଗ୍ରୀମ ଆକାରରେ ଟଙ୍କା ଉଠାଇବାକୁ ସୁବିଧା ଦେଇଥିଲା। କିନ୍ତୁ ବର୍ତ୍ତମାନ ଏହି ସୁବିଧା ହଟାଇ ଦିଆଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସାତ ମାସ ପୂର୍ବରୁ ଘୋଷଣା କରିଥିଲା କରୋନା ମହାମାରୀ ଆଉ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ନୁହେଁ। ଏକ ସପ୍ତାହ ପୂର୍ବରୁ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Powered by Froala Editor