ଦେଶରେ ସୁନା ଅଳଙ୍କାର ହେବ ଶାସ୍ତା

ନୂଆଦିଲ୍ଲୀ : ଲୋକଙ୍କ ପାଇଁ ଖୁସି ଖରବ ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ବାବଦରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।
ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ, ସୁନା ୟୁଏଇରୁ ରିହାତି ମୂଲ୍ୟରେ ଆମଦାନୀ ହେବ। ଅଧିକାଂଶ ସୁନା ଦେଶକୁ ଆମଦାନୀ ହୋଇଥାଏ। ଏହା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ରୁ ସୁନା ଆମଦାନୀ କରିବାକୁ ଅନୁମତି ପ୍ରାପ୍ତ ଜୁଏଲର୍ସ ବ୍ୟାଙ୍କଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।
Powered by Froala Editor