ରାଜ୍ୟ କ୍ୟାବିନେଟ୍ରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୧ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ମଞ୍ଜୁର ହୋଇଥିବା ୧୧ ପ୍ରସ୍ତାବ :
-ନୂଆପଡ଼ାର ଘଟିପଡ଼ାରୁ କଳାହାଣ୍ଡିର ଆମ୍ବପାଣିକୁ ୪ ଥାକିଆ ବିଜୁ ଏକ୍ସପ୍ରେସ ହାଇଓ୍ବେ ପାଇଁ ୪୪୮କୋଟି ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ୍ । ୧୭୪ କିଲୋମିଟର ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ ହାଇଓ୍ବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବ । ଏହାଛଡା ୬ଟି କ୍ଷୁଦ୍ର ପୋଲ ଓ ୬ଟି ବୃହତ ପୋଲ ନିର୍ମାଣ ହେବ ।
-କଟକ ଜାଇକା ପ୍ରକଳ୍ପ ମୁଖ୍ୟନାଳ ପାଇଁ ୪୫୦କୋଟି ମଞ୍ଜୁର ହୋଇଛି । ଡିସେମ୍ବର ୨୨ସୁଦ୍ଧା ସରିବ ଜାଇକା ପ୍ରକଳ୍ପ କାର୍ଯ୍ୟ । ପଟାପୋଲରୁ ମାତୃଭବନ ଯାଏଁ ହେବ ବକ୍ସ କଲଭର୍ଟ । ଏଥିସହ ଓଡ଼ିଶା ଟାକ୍ସେସନ ରୁଲରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
-ଓଏଏସ କ୍ୟାଡରର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତରିତ ହୋଇଛି IDCOL । ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି ।
-ପ୍ରତିବର୍ଷ ସରକାରୀ କର୍ମଚାରୀ ଦାଖଲ କରିବେ ସମ୍ପତ୍ତି ତାଲିକା । ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ ନେଇଥିଲା ନିଷ୍ପତ୍ତି । ନିଷ୍ପତ୍ତି ଆଧାରରେ ନିୟମାବଳୀର ସଂଶୋଧନ ହୋଇଛି ।
-ଏଥିସହ ୨୨୦ଟି ନୂଆ ପଦ ସୃଷ୍ଟିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରଶାସନିକ କାର୍ଯ୍ୟର ସଫଳ ରୂପାୟନ ପାଇଁ ନୂଆ ପଦବୀକୁ ମଞ୍ଜୁରୀ ।
-ସହରାଞ୍ଚଳ ଯୋଜନା ଓ ବିକାଶ ଆଇନରେ ସଂଶୋଧନକୁ ମଞ୍ଜୁରୀ । ଜମି ଅଧିଗ୍ରହଣ ଭଳି ପୂରାତନ ଅଧିନିୟମକୁ ଅପସାରଣ କରାଯାଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏଥିରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ରହିଛି । ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।
Powered by Froala Editor