ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଚାଟାର୍ଡ ବିମାନ
ପ୍ୟାରିସ: ଫ୍ରାନ୍ସରେ ଅଟକିଲା ୩୦୩ ଭାରତୀୟଙ୍କୁ ନେଇ ଉଡାଣ ଭରିଥିବା ଚାଟାର୍ଡ ବିମାନ । ମାନବ ଚାଲାଣ ସନ୍ଦେହରେ ବିମାନଟିକୁ ଅଟକ ରଖାଯାଇଛି । ବିମାନଟି ଦୁବାଇରୁ ନିକାରାଗୁଆ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନଟିକୁ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଅଟକ ରଖାଯାଇଛି । ବୈଷୟିତ ଯାଞ୍ଚ ଲାଗି ଏହା ଫ୍ରାନ୍ସରେ ଅବତରଣ କରିଥିଲା । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଅନୁସନ୍ଧାନକାରୀ ଟିମ ପହଞ୍ଚି ବିମାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ହେପାଜତକୁ ନେଇଥିଲା ଓ ଯାଞ୍ଚ କରାଯାଇଥିଲା । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ଦୂତବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁବାଇରୁ ନିକାରାଗୁଆ ଅଭିମୁଖେ ୩୦୩ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ବୈଷୟିତ ଯାଞ୍ଚ ଲାଗି ଫ୍ରାନ୍ସରେ ଅବତରଣ କରିବା ପରେ ଅଟକ ରଖାଯାଇଛି । ଯେଉଁଥିରେ ଅଧିକାଂଶ ଯାତ୍ରୀ ଭାରତୀୟ ରହିଛନ୍ତି । ଦୂତାବାସ ଟିମ ବିମାନବନ୍ଦରରେ ପହଞ୍ଚିଛି ଯାତ୍ରୀଙ୍କୁ ହେପାଜତକୁ ନେଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।
ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଏକ ଚାର୍ଟର୍ ଫ୍ଲାଇଟକୁ ଫ୍ରାନ୍ସରେ ଅଟକ ରଖାଯାଇଛି । ବିମାନ ଯାତ୍ରାର ସର୍ତ୍ତ ଏବଂ ଉଦ୍ଦେଶ୍ୟ ଉପରେ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି । ଅପରାଧ ବିଶେଷଜ୍ଞ ଏକ ୟୁନିଟ୍ ମାନବ ଚାଲାଣର ସନ୍ଦେହର ବିମାନରେ ଅନୁସନ୍ଧାନ କରୁଛି ଏବଂ ପଚରାଉଚରା ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପ୍ୟାରିସ୍ ପବ୍ଲିକ ପ୍ରସିକ୍ୟୁସନ ଅଫିସ ତରଫରୁ କୁହାଯାଇଛି । ବିମାନରେ ଥିବା ଯାତ୍ରୀ ମାନବ ଚାଲାଣର ଶିକାର ହୋଇପାରନ୍ତି ବୋଲି ଏକ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ବିମାନକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।
Powered by Froala Editor