ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ବାରଙ୍ଗ :ନନ୍ଦନାକନନ ପ୍ରାଣୀ ଉଦ୍ୟାନ ଓ ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ପ୍ରଥମ କରି ନନ୍ଦନକାନନକୁ ଆସିଲେ ନୂଆ ପ୍ରଜାତିର ଜନ୍ତୁ। ଗୋଟିଏ ଯୋଡି କଙ୍ଗାରୁ ପ୍ରଜାତିର ୱାଲାବି ସହ ଚଢ଼େଇ ପ୍ରଜାତିର ଲିଭିଂଷ୍ଟନ୍ ତୁରାକୋ ନନ୍ଦନକାନନକୁ ଆସିଛନ୍ତି ।
ପୂର୍ବରୁ ସେପ୍ଟେମ୍ୱର ମାସରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ ଜୁଲୋଜିକାଲ ଚିଡ଼ିଆଖାନରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସିଥିଲେ । ଅଦଳ ବଦଳ ପ୍ରକ୍ରିୟାରେ ଆଇଜଲ ଚିଡ଼ିଆଖାନାରୁ ଗୋଟିଏ ହଳ ହୁଲୁକ ଗିବନ (୪ ବର୍ଷୀୟ ଅଣ୍ଡିରା କୁକୁଟିଆ ଓ ୧୩ ବର୍ଷିୟା ମାଈ ସଲବିନି), ଗୋଟିଏ ହଳ (ଅଣ୍ଡିରା, ମାଈ) ୭ ବର୍ଷୀୟ ଘୁଷୁରୀ ଲାଞ୍ଜି ମାଙ୍କଡ଼, ୧୧ ବର୍ଷୀୟ କଳା ହିମାଳୟ ଭାଲୁ (ମାଈ) ଦାୟୁ ରାତିରେ ଆସିଥିଲେ ।
Powered by Froala Editor