ଉଦ୍ଧାର ହେଲା ଦେବଗଡ଼ରୁ ଅପହୃତ ଶିଶୁକନ୍ୟା
ଦେବଗଡ଼: ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ।ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା। ଏହି ସମୟରେ କଳା ପଲର୍ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଆଈକୁ ଧକ୍କା ମାରି ତାକୁ ଉଠାଇ ନେଇଥିଲେ। ପରିବାରେ ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା।
Powered by Froala Editor