ଜଙ୍ଗଲରୁ ୬ କୁଇଣ୍ଟାଲ ଗଞ୍ଜେଇ ଜବତ
ମୁନିଗୁଡା ଚନ୍ଦ୍ରପୁର ବ୍ଲକ୍ କୁଟୁଡୁକୁପା ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ମଙ୍ଗଳବାର ଅପରାହ୍ନରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଗ୍ରାମ ନିକଟ ଜଙ୍ଗଲରେ ଚଢଉ କରିଥିଲା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଟିମ୍ ଚଢାଉ କରି ୪ ଜଣକୁ ଗିରଫ କରିଥିବା ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l ଗିରଫ ଗଞ୍ଜେଇ ମାଫିଆ ହେଲେ ଭୀମ ଜାଗାରାଙ୍ଗା, ପ୍ରସାଦ ଜାଗାରାଙ୍ଗା, ତ୍ରିନାଥ ଜାଗାରାଙ୍ଗା ଓ କବିରାଜ ଜାଗାରାଙ୍ଗା l ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କୁଇଣ୍ଟାଲ ୫୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି l ବୁଧବାର ଗିରଫ ହୋଇଥିବା ଗଞ୍ଜେଇ ମାଫିଆମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ।
Powered by Froala Editor