ଆଜି ଐତିହାସିକ ବିଜୟ ଦିବସ
ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୧୬ ତାରଖକୁ ବିଜୟ ଦିବସ ଭାବେ ପାଳନ କରାଯାଏ । ଆଜି ଐତିହାସିକ ୧୯୭୧ ଭାରତ-ପାକ ଯୁଦ୍ଧ ପୂରଣ କରିଛି ୫୨ ବର୍ଷ । ଆଜିର ଦିନରେ ଅର୍ଥାତ ୧୯୭୧ ଯୁଦ୍ଧରେ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । ଐତହାସିକ ଯୁଦ୍ଧରେ ବିଜୟୀ ହୋଇଥିବା ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିବସ ପାଳନ କରିଥାଏ ଭାରତ । ବିଜୟୀ ଭାରତୀୟ ସୈନ୍ୟଙ୍କ ପରାକ୍ରମକୁ ମନେ ପକାଇ ସ୍ବର୍ଣ୍ଣିମ ଦିବସ ପାଳନ କରୁଛି ସାରା ଦେଶ ।୧୯୭୦ ମସିହାରେ ପାକିସ୍ତାନରେ ନିର୍ବାଚିତ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପୂର୍ବ ପାକିସ୍ତାନ ଆୱାମୀ ଲିଗ୍ ବହୁ ସଂଖ୍ୟକ ଆସନ ଜିତି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । କିନ୍ତୁ ଜୁଲଫିକର ଅଲି ଭୁଟ୍ଟୋ (ପାକିସ୍ତାନ ପିପୁଲ୍ସ ପାର୍ଟି) ଏଥିରେ ସହମତ ନଥିଲେ । ତେଣୁ ସେ ବିରୋଧ କରିବା ଆରମ୍ଭ କରିଥିଲେ । ସେତେବେଳେ ସମୟାନୁସାରେ ପରିସ୍ଥିତି ବିଗିଡିବା କାରଣରୁ ସେନାର ବ୍ୟବହାର ଆବଶ୍ୟକ ପଡିଥିଲା । ପରେ ପୂର୍ବ ପାକିସ୍ତାନର ଆୱାମୀ ଲିଗର ଶେଖ ମୁଜିବୁର ରହମାନଙ୍କୁ ଗିରଫ କରାଯାଇଥିଲା। ଏହା ପର ଠାରୁ ହିଁ ପୂର୍ବ ଏବଂ ପାକିସ୍ତାନ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା ।
ଯୁଦ୍ଧ ସମୟରେ ଭାରତରେ ଇନ୍ଦରା ଗାନ୍ଧୀ ପ୍ରଧାନମନ୍ତ୍ରୀ ରହିଥିଲେ । ପୂର୍ବ ପାକିସ୍ତାନର ଶରଣାର୍ଥୀମାନେ ଭାରତ ଆସିଥିଲେ ଏବଂ ସେମାନେ ଭାରତର ପଡୋଶୀ ଦେଶରୁ ଆସିଥିବାରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଇଥିଲା । ବାଂଲାଦେଶର ପାକିସ୍ତାନୀ ସେନାର ବର୍ବରତା ଓ ନରସଂହାର ଫଳରେ ଲକ୍ଷାଧିକ ବାଂଲାଦେଶୀ ଦେଶ ଛାଡି ଭାରତ ମୁହାଁ ହୋଇଥିଲେ। ଏହା ଦେଖିବା ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ପାଇଁ ଧମକ ଦେଇଥିଲା। ପରେ ପ୍ରଥମେ ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ଭାରତର ଅନେକ ସହର ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରି ପାକିସ୍ତାନର ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ ଏବଂ ଯୁଦ୍ଧ ମଧ୍ୟ ଘୋଷଣା କରିଥିଲେ । ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ୧୧ ଭାରତୀୟ ଏୟାରବେସରେ ପାକିସ୍ତାନ ବାୟୁ ମାର୍ଗରୁ ଅର୍ଥାତ ଏୟାର ଷ୍ଟ୍ରାଇକ କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ରକ୍ତର ନଦୀ ବୋହିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
Powered by Froala Editor