ଜାନୁଆରିରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ
ଭୁବନେଶ୍ବର: ଆଗାମୀ ୨୦୨୪ ଜାନୁଆରିରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଗତକାଲି ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଗଠନ ବିଷୟରେ ଆଲୋଚନା କରିଥିଲେ।
ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଦଳ ରାଜ୍ୟରେ କଣ କଣ ସବୁ କାର୍ୟ୍ୟକ୍ରମ କରିଛି, ତାହାର ରିପୋର୍ଟ ନେଇଛନ୍ତି ଖଡ଼ଗେ। ବୈଠକ ପରେ ଖଡ଼ଗେଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେପଟେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଜାନୁଆରିରେ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାଯାଇଛି। ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି।
Powered by Froala Editor