ଗଛରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା: ରାଉରକେଲା ସିଆଇଏସଏଫ କ୍ୟାମ୍ପସ ପରିସରରେ ଏକ ଗଛରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜାମ୍ମୁ କାଶ୍ମୀର କାଠୁଆ ଅଞ୍ଚଳର ୩୧ ବର୍ଷୀୟ ସାହିଲ କୁମାର।
ତେବେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ସାହିଲଙ୍କ ବିବାହ ତାରିଖ ଠିକ୍ ହୋଇଥିଲା। କିଛିଦିନ ତଳେ ସେ ନିର୍ବନ୍ଧ ସାରି ପୁଣି ରାଉରକେଲା ଫେରି କାର୍ୟ୍ୟରେ ଯୋଗଦେଇଥିଲେ। ସକାଳୁ ଗଛରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor