ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଅଭିଷେକ
ଭୁବନେଶ୍ୱର: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଜି ଏଥିପାଇଁ ଅଭିଷେକଙ୍କୁ ଏୟାର ଆଂବୁଲାନ୍ସ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି ।
କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅଭିଷେକଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି । ଗତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହର ୮ ଦିନ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଏହା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇ, ରାଜଧାନୀର ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
Powered by Froala Editor