ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ। ଏନେଇ ମଙ୍ଗଳବାର ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଜାରି ପ୍ରକାଶ ପାଇଛି। ଦଶମ ଓ ଦ୍ୱାଦଶ ଦୁଇଟି ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହେବ। କିଛି ବିଷୟର ପରୀକ୍ଷା ଅବଧି ୨ଘଣ୍ଟା ଥିବାବେଳେ ଆଉ କିଛି ବିଷୟର ୩ଘଣ୍ଟା ରହିଛି। ତେବେ ଦୁଇଟି ବିଷୟର ପରୀକ୍ଷା ମଧ୍ୟରେ କିଛି ସମୟ ବ୍ୟବଧାନ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ପରବର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇପାରିବେ। ସେହିଭଳି ଜେଇଇ ମେନ୍ ଭଳି ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ସୂଚୀ ପ୍ରସ୍ତୁତ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ସେହିଭଳି ପରୀକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପରବର୍ତ୍ତୀ ସମୟରେ ଜାରି କରାଯିବ ବୋଲି ବୋର୍ଡ ପକ୍ଷରୁ ଉକ୍ତ ପରୀକ୍ଷା ସୂଚୀରେ ଉଲ୍ଲେଖ କରାଯାଇଛି।
Powered by Froala Editor