ସଟ ସର୍କିଟରୁ ଜଳିଗଲା ୬ ବଖରା ଘର

ଧାମରା : ଧାମରା ନିକଟସ୍ଥ ପଞ୍ଚୁଟିକ୍ରି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ବଖରା ଘର ପୋଡି ପାଉଁଶ ହୋଇ ଯାଇଥିବା ବେଳେ ୫୦ ଲକ୍ଷ ଟଙ୍କାର ସମ୍ପତି ମଧ୍ୟ ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ବିଦ୍ୟୁତ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି । ୬ଟି ପରିବାରର ସମସ୍ତେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଦମକଳ ବାହିନୀ ଆସି ପହଂଚିବା ବେଳକୁ ସବୁ ପୋଡି ନଷ୍ଟ ହୋଇ ଯାଇଥିଲା। ଏହି ୬ଟି ପରିବାରର ୬ବଖରା ଘର ୫୦ ଲକ୍ଷ ଟଙ୍କାର ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଥିବା ବେଳେ ଗୁହାଳରେ ବନ୍ଧା ହୋଇଥିବା ଗୋରୁ ଗୁଡିକ ଅଳ୍ପକେ ରକ୍ଷା ପାଇଛନ୍ତି। ତୁରନ୍ତ ଏହି ୬ଟି ପରିବାର ଯଥା ନରହରି ଜେନା, ପୁର୍ଣ ଜେନା, କିଶୋରେ ଜେନା, ନୟନ ବେହେରା, ଦୁଃଖ ବେହେରା ଏବଂ ବିଜୟ ବେହେରାଙ୍କ ପରିବାରକୁ ସରକାରୀ ସହାୟତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।
Powered by Froala Editor