ସେପ୍ଟେମ୍ବର-ଅକ୍ଟୋବରକୁ ୩ୟ ଲହର ଆସିପାରେ
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ପଜିଟିଭ୍ ହାର ଖସିବା ପରେ ପାଇଁ ଆଶ୍ୱସ୍ତି ଆଣିଛି । କରୋନା ମାନଚିତ୍ରରେ ବି ସୁଧାର ଆସୁଛି । ତେବେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମି କମି ଆସୁଥିବା କୁହାଯାଉଥିବାବେଳେ ବିପଦ ସମ୍ପୂର୍ଣ୍ଣ ଯାଇନାହିଁ । କାରଣ ଆଗକୁ ଆସୁଛି କରୋନାର ତୃତୀୟ ଲହର । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରକୁ ୩ୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର-ଅକ୍ଟୋବରକୁ ୩ଲହର ଆସିପାରେ । ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ । ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ । ଏବେଠୁ ଡାକ୍ତରଙ୍କୁ ଟ୍ରେନିଂ ଦେଉଛୁ । ଶିଶୁଙ୍କ ପାଇଁ ଜେନେରାଲ ଓ ଆଇସିୟୁ ବେଡ ପ୍ରସ୍ତୁତ ରଖିଛୁ । ତେବେ ଦିଲ୍ଲୀ ଏମସ ନିଦେ୍ର୍ଧଶକ କହିଛନ୍ତି ଶିଶୁ ବିଶେଷ ପ୍ରଭାବିତ ହେବେ ନାହିଁ । ଯେଉଁ ଜିଲ୍ଲାରେ ପଜିଟିଭି ୫% ତଳେ ସେଠାରେ ଅନଲକ ନେଇ ବିଚାରବିମର୍ଶ କରାଯାଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।
Powered by Froala Editor