ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହର ପ୍ରଥମ ଚିତ୍ର ଆସିଲା

ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶର ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ସାରା ଦେଶରୁ ୮ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ।
ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ। ଶ୍ରୀ ରାୟ ତାଙ୍କ ‘X’ ଆକାଉଣ୍ଟରେ ଏହି ଫଟୋ ଦୁଇଟି ଶେଆର କରି ଲେଖିଛନ୍ତି, ପ୍ରଭୁ ଶ୍ରୀ ରାମଲଲାଙ୍କ ଗର୍ଭଗୃହ ସ୍ଥାନ ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ନିକଟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହୋଇଛି। ଏନେଇ ଦର୍ଶକଙ୍କ ପାଇଁ କିଛି ଛାୟାଚିତ୍ର ଶେୟାର କରୁଛନ୍ତି ବୋଲି ଚମ୍ପତ ରାୟ କ୍ୟାପସନରେ ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାବ୍ୟତୀତ ଉକ୍ତ ଉତ୍ସବରେ ଅନେକ ବଲିଉଡ କଳାକାର, କ୍ରିକେଟର, ରାଜନେତା, ଶିଳ୍ପପତି ପ୍ରମୁଖ ସାମିଲ ହେବେ ।
Powered by Froala Editor