ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
କଟକ:ଆଜି ସକାଳୁ ସକାଳୁ ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଜଣା ଯାଇଛି। ତେବେ ଏଥିରେ ବିଶେଷ ଧନଜୀବନ ହାନୀ ହୋଇ ନ ଥିବା ଜଣାଯାଇଛି।
ଜନଶତାବ୍ଦୀ ଏକ୍ସପ୍ରେସରେ ଆଜି ସକାଳେ ଭୁବନେଶ୍ୱର ଷ୍ଟେଶନ ଛାଡ଼ିବା ପରେ କଟକ ଷ୍ଟେଶନରେ ପହଞ୍ଚିଥିଲା। କଟକରେ ପହଞ୍ଚିବା ପରେ ଟ୍ରେନ୍ର ବ୍ରେକ୍ ଜାମ ହୋଇ ଯାଇଥିବା ବେଳେ ଏକ ବଗି ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଟ୍ରେନ୍ର ସସମ୍ତ ବଗିରୁ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ତୁରନ୍ତ ନିଆଁ ଲିଭାଇଥିଲେ।ଏଥିସହ ଫାୟାର ସେଫ୍ଟି ଟିମ୍ ଟ୍ରେନ୍କୁ ଭଲ ଭାବେ ଯାଞ୍ଚ କରୁଥିବା ଜଣାଯାଇଛି। ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲୱେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛ । ନିଆକୁ ଆୟତ୍ତ ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଛି ଟ୍ରେନ୍ । ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନ ଥିବା ବେଳେ ଟ୍ରେନ୍ର ବି ବିଶେଷ କ୍ଷତି ହୋଇ ନ ଥିବା ଜଣାଯାଇଛି।
Powered by Froala Editor