ଯଶିପୁର ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଛି ।
ବିଭାଗୀୟ ଚିଠି ନଂ ୨୭୯୫୮/୫ ଡିସେମ୍ବର ୨୦୨୩ କ୍ରମେ ବିଇଓ ସିଂକୁ ବିରୋଧରେ ଶୄଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷା ଅଧିକାରୀ ମଙ୍ଗଲ ସିଂଙ୍କ ନାମରେ ବହୁ ଅଭିଯୋଗ ପୂର୍ବରୁ ହୋଇଥିଲା। ଵ୍ୟାପକ ଭାବରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ପରେ ବିଭାଗୀୟ ସଚିବ ଗତ ମାସ ୨୦ ତାରିଖ ରେ ଯଶିପୁର ଗସ୍ତ କରି ତଦନ୍ତ କରିବା ପରେ ଏହି ନିଲମ୍ବନ ଆଦେଶ ଦେଇଛନ୍ତି।ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଜିଲା ଶିକ୍ଷାଧିକାରୀ କାର୍ୟ୍ୟାଳୟରେ ଉପସ୍ଥିତ ରହିବା ସହିତ ମୁଖ୍ୟାଳୟ ଛାଡି ନଯିବାକୁ ଚିଠିରେ ଉଲ୍ଲେଖ ରହିଛି ।
Powered by Froala Editor