ଡିଭାଇଡର ଡେଇଁ ବସ୍କୁ ପିଟିଲା କାର୍, ଚାଳକ ମୃତ
ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ଅପରପାର୍ଶ୍ୱରେ ଥିବା ଏକ ବସ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ି ଯାଇ ଅପରପାର୍ଶ୍ୱରେ ଥିବା ବସ୍କୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ମୃତକ ଜଣଙ୍କର ପରିଚୟ ମିଳିନି। କାରଟି ପଟିଆରୁ ଡମଣା ଆଡକୁ ଯାଉଥିଲା।ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଛି। କାରରେ ୪ଜଣ ଥିବା ଜଣାଯାଇଛି।୩ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।
Powered by Froala Editor