ନିର୍ବାଚନ ଫଳାଫଳ: ଏହି ସ୍ଥାନରେ ବିଜେପି ଓ ଏହି ସ୍ଥାନରେ କଂଗ୍ରେସ ଆଗୁଆ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଚାଲିଛି ଭୋଟ ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଥିବା ବେଳେ ଏବେ ଯାଏଁ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବି ଆସିବାରେ ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବିଜେପି ଅଗ୍ରଣୀ ହାସଲ କରିଛି। ୧୯୯ଟି ଆସନ ମଧ୍ୟରୁ ୧୧୭ରେ ଆଗରେ ରହିଛି ବିଜେପି। କଂଗ୍ରେସ ୭୨ ଆସନରେ ଅଗ୍ରଣୀ ରହିଛି।
ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଆଗୁଆ ରହିଛି। ଦଳ ୨୩୦ ଆସନ ମଧ୍ୟରୁ ୧୪୦ ଆସନରେ ବିଜେପି ଅଗ୍ରଣୀ ରହିଥିବାବେଳେ କଂଗ୍ରେସ ୮୭ଟି ଆସନରେ ଆଗରେ ରହିଛି।
ଛତିଶଗଡର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ବଡ଼ ଅଗ୍ରଣୀ ଆଡ଼କୁ ପ୍ରଥମେ ଯାଉଥିବା ବେଳେ ଏବେ ପୁଣି ପଛକୁ ଆସିଛି। ବିଜେପି କଂଗ୍ରେସକୁ ପଛରେ ପକାଇ ଆଗକୁ ଯାଇଛି। ୯୦ ଆସନ ମଧ୍ୟରୁ ବିଜେପି ୫୨ଟି ଏବଂ କଂଗ୍ରେସ ୩୭ଟି ଆସନ ଆଗୁଆ ରହିଛି।
ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ ପଛରେ ପକାଇଛି କଂଗ୍ରେସ। ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସକୁ ୭୨ ସିଟରେ ଅଗ୍ରଣୀ ରହିଥିବା ବେଳେ ବିଆରଏସ୍ ୩୪ଟି ସିଟରେ ଆଗେଇ ଚାଲିଛି ।
Powered by Froala Editor