କାର୍-ବାଇକ୍ ଧକ୍କା : ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦଶପଲ୍ଲା ଥାନା ସୁବଳୟା ଛକରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଦଶପଲ୍ଲା ଏନ୍ଏସିର ଗୋକୁଳାନନ୍ଦ ନାୟକ, ପରମେଶ୍ୱର ଜାନୀ ଓ ଦୀପଦ ମେଦିନ ରାୟ।
ସେମାନେ ଏକ ବାଇକରେ ଦ୍ରୁତଗତିରେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ବି ଦ୍ରୁତ ଗତିରେ ଆସିଥିଲା । ଉଭୟ ଗାଡ଼ି ମୁହାଁମୁହିଁ ପିଟି ହେବା ପରେ ଘଟଣା ସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର କାର ଚାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
କାରଟି ବୌଦ୍ଧରୁ ଭୁବନେଶ୍ବର ଯାଉଥିବା ବେଳେ ବାଇକଟି ନୟାଗଡ଼ରୁ ଦଶପଲ୍ଲା ପଟକୁ ଯାଉଥିଲା । କାର ଚାଳକ ଜଣଙ୍କ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି ।
Powered by Froala Editor