ସ୍ତ୍ରୀ, ଝିଅକୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ: କେଳାଠୁ ଆଣି ସାପ ଘରେ ଛାଡ଼ିଦେଇଥିଲା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଢେଇବରଗାଁରେ ସlପ କାମୁଡ଼ାରେ ମାଆଝିଅଙ୍କ ମୃତ୍ୟୁର ଖିୁଲାସା କରିଛି ପୋଲିସ । ସାପ ଆପେ ଆପେ ଘରେ ପଶି ସେମାନଙ୍କୁ ମାରି ନଥିଲା। ସେମାନଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଛଡ଼ା ଯାଇଥିଲା। ସ୍ତ୍ରୀ ଓ ଝିଅକୁ ମାରିବାକୁ ଖୋଦ୍ ସ୍ବାମୀ ହିଁ ରଚିଥିଲା ଷଡ଼ଯନ୍ତ୍ର । କବିସୂର୍ଯ୍ୟନଗର ପୁଲିସ୍ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।
ଗତ ଅକ୍ଟୋବର ମାସରେ ଘଟିଥିଲା ଏହି ଅଭାବନୀୟ ଘଟଣା । କୋଳଥିଆ ନାଗସାପ କାମୁଡ଼ାରେ ମାଆଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ପୋଲିସ ତଦନ୍ତ କରି ସତ ବାହାର କରିଛି । ମାଆଝିଅଙ୍କୁ ମାରିବାକୁ ସ୍ବାମୀ ଘରେ ସାପ ଛାଡିଥିଲା । ସେହି ସାପ କାମମୁଡ଼ାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ସ୍ବାମୀ ଗଣେଶ ପାତ୍ରକୁ ଗିରଫ କରିଛି ପୋଲିସ । ସାପଟିକୁ ଗଣେଶ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ ବୋଲି ଜଣାପଡ଼ିଛି।
ମୃତ ବାସନ୍ତୀଙ୍କ ବାପା ବି. ଖଲି ପାତ୍ର କହିଛନ୍ତି ଯେ ୩ ବର୍ଷ ତଳେ ସେ ତାଙ୍କ ଝିଅକୁ ଗଣେଶ ପାତ୍ର ସହିତ ବିବାହ କରାଇଥିଲେ। ସେ (ଗଣେଶ ପାତ୍ର) ସେତେବେଳେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସ୍ଥାନରେ କାମ କରୁଥିଲେ। କିନ୍ତୁ ବିବାହ ପରେ କାମ କରିବାକୁ ଗଲେ ନାହିଁ। ବିଭିନ୍ନ ସମୟରେ ଝିଅକୁ ହଇରାଣ କରୁଥିଲେ।
Powered by Froala Editor