ଆମାଜନ ବିରୋଧରେ ଏତଲା : ଶାଳଗ୍ରାମ, ମହାପ୍ରସାଦ ପରେ ଅନଲାଇନରେ ନିର୍ମାଲ୍ୟ ବିକ୍ରି
ଅନଲାଇନରେ ବିକ୍ରି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ । ଖାଲି ନିର୍ମାଲ୍ୟ ନୁହେଁ ଖଜା, ତୁଳସୀ ବି ବିକ୍ରି ହେଉଛି । ଆମାଜନ କମ୍ପାନୀ ଏଭଳି ମନମାନୀ କରୁଥିବା ନେଇ ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ।
ଶମ୍ଭୁନାଥଙ୍କ ଅଭିଯୋଗ ଅନୁଯାୟୀ ଆମାଜନ୍ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତିନୋଟି ଖଜା ଓ ତୁଳସୀ ବିକ୍ରୀ କରୁଛି । ଏହାର ଦାମ୍ ୧୫୦୦ ଟଙ୍କା ଥିବା ବେଳେ ରିହାତି ଆକାରରେ ୭୯୯ ଟଙ୍କା ନେଉଛି । ତେବେ ଶ୍ରୀମନ୍ଦିର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅନଲାଇନ ସଂସ୍ଥାକୁ ଏଭଳି ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇନାହିଁ ।
ଏନେଇ ଆମାଜନ୍ ମାଲିକଙ୍କ ବିରୋଧରେ ଶମ୍ଭୁନାଥ ଏତଲା ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଶାଳଗ୍ରାମ ଶିଳା ଓ ଉତ୍ସବ ଆପ ମହାପ୍ରଭୁଙ୍କ ନାଁ ରେ ମହାପ୍ରସାଦ ଓ ଶାଳଗ୍ରାମ ବିକ୍ରି ଅରୁଥିବା ନେଇ ଅଭିଯୋଗ ହୋଇଥିଲା ।
Powered by Froala Editor