ବାଇକ୍କୁ ଧକ୍କା ଦେଇ ଓଲଟିଲା ଟ୍ରକ୍, ୨ ମୃତ

ଅତାବିରା: ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଚାପାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସମ୍ବଲପୁର ସଦର ଥାନା ଅଞ୍ଚଳର ସୁମନ୍ତ ଦେବନାଥ(୩୦) ଓ କମଲେଶ ସାହୁ(୨୪) । ପୋଲିସ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇଛି। ମୃତକମାନେ ଏକ ବୀମା କମ୍ପାନୀର କର୍ମଚାରୀ ଏବଂ ସେମାନେ ବରଗଡ଼କୁ ଆସି ସମ୍ବଲପୁର ଫେରୁଥିବା ବାଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ଏପରିକି ବାଇକ୍କୁ ଧକ୍କା ଦେଇ ଘଟଣାସ୍ଥଳରେ ଟ୍ରକ୍ ମଧ୍ୟ ଓଲଟି ପଡ଼ିଥିଲା।
Powered by Froala Editor