ମିଳିଲା ମଞ୍ଜୁରୀ: ଚିକନଗୁନିଆ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେବ ଇକ୍ସଚିକ୍ ଟିକା
![ମିଳିଲା ମଞ୍ଜୁରୀ: ଚିକନଗୁନିଆ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେବ ଇକ୍ସଚିକ୍ ଟିକା](https://odishanewslens.com/news_gallery/25847_1699696324.jpg)
ୱାସିଂଟନ: ଚିକନଗୁନିଆ ଭୂତାଣୁ ବିରୋଧରେ ଲଢେଇ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରଥମ ଟିକାକୁ ଆମେରିକା ମଞ୍ଜୁରୀ ଦେଇଛି। ଆମେରିକାର ‘ଫୁଡ ଆଣ୍ଡ ଡ୍ରଗ୍ ଆଡମିନେଷ୍ଟ୍ରେସନ (ଏଫଡିଏ)’ ଇକ୍ସଚିକ୍ ଟିକାକୁ ବ୍ୟବହାର ଲାଗି ଅନୁମୋଦନ ଦେଇଥିଲା ବେଳେ ଆଗାମୀ ଦିନରେ ଚିକନଗୁନିଆ ଭୂତାଣୁ ବିରୋଧରେ ଏହି ଟିକା ଉପଯୋଗୀ ହୋଇପାରିବ ବୋଲି କହିଛି।
ଚିକନଗୁନିଆ ଭୂତାଣୁ ମଶାଙ୍କ ଦ୍ୱାରା ବ୍ୟାପିଥିଲା ବେଳେ ଏବେ ଏହା ବୈଶ୍ବିକ ସ୍ତରରେ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ବିଗତ ୧୫ ବର୍ଷ ମଧ୍ୟରେ ସାରା ବିଶ୍ବରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ଏବେ ଇକ୍ସଚିକ୍ ଟିକା ଚିକନଗୁନିଆ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେଇପାରିବ ବୋଲି ଏଫଡିଏ କହିଛି। ୟୁରୋପର ଭଲନେଭା ଏହି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ୧୮ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କ ବ୍ୟକ୍ତି ନେଇପାରିବେ। ବର୍ତ୍ତମାନ ଇକ୍ସଚିକ୍ ଟିକାକୁ ସବୁଜ ସଂକେତ ମିଳିଥିବାରୁ କିଛି ଦିନ ମଧ୍ୟରେ ଏହା ବିଭିନ୍ନ ଦେଶରେ ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି।
Powered by Froala Editor