ଡିସେମ୍ବର ୪ ରୁ ସଂସଦର ଶୀତାକଳୀନ ଅଧିବେଶନ ଆରମ୍ଭ
ନୂଆଦିଲ୍ଲୀ: ସଂସଦର ଶୀତାକଳୀନ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ କାର୍ୟ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏନେଇ ସୂଚନା ଦେଇଛନ୍ତି । ପ୍ରହ୍ଲାଦ ଯୋଶୀ କହିଛନ୍ତି, ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ ଯାହା ଡିସେମ୍ବର ୪ରୁ ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବ। ଶୀତ ଅଧିବେଶନ ପ୍ରାୟତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ କିନ୍ତୁ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ଏହା ବିଳମ୍ବ ହୋଇଛି।
ସଂସଦର ଶୀତାକଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ବିଧେୟକ ଉପରେ ଚର୍ଚ୍ଚା ହୋଇପାରେ । ଏହି ବିଧେୟକ ମୁତାବକ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ କ୍ୟାବିନେଟ ସଚିବ ପାହ୍ୟାର ସମକକ୍ଷ କରାଯିବା ନେଇ ସରକାର ପ୍ରସ୍ତାବ ରଖିବେ । ଏବେ ଏମାନଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାହ୍ୟା ମିଳୁଛି । ଏହାକୁ ବରୋଧ କରି ବିରୋଧୀଦଳମାନେ କହିଛନ୍ତି କି, ସରକାର ସରକାରୀ ସଂସ୍ଥାକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି ।
Powered by Froala Editor