ଡିସେମ୍ବର ୪ ରୁ ସଂସଦର ଶୀତକାଳୀନ ଅଧିବେଶନ : ୧୯ ଦିନରେ ୧୫ଟି ବୈଠକ ହେବ
ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ‘X’ ଏକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି।ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ ।
ପ୍ରହ୍ଲାଦ ଯୋଶୀ କହିଛନ୍ତି, ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ ଯାହା ଡିସେମ୍ବର ୪ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ସାଧାରଣତଃ ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ। କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି।
Powered by Froala Editor