କାଂସବାହାଲ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ
ଟିକିଏ ଅସାବଧାନତା ପାଇଁ କାଂସବାହାଲ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ । ସଟଡାଉନ ନିୟମକୁ ଆମାନ୍ୟ କରି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ପାଞ୍ଚ ଜଣ ବନ୍ଧୁ ରାଜଗାଙ୍ଗପୁର ଠାରେ ଥିବା କାଂଶବାହାଲ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ସେଲଫି ନେଉଥିବା ବେଳେ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ଡ୍ୟାମର ଅଥଳଅଥଳ ପାଣିରେ ବୁଡି ଯାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ଏବଂ ଅନ୍ୟ ତିନିଜଣ ବନ୍ଧୁ ଜଣଙ୍କୁ ଉଦ୍ଧାର କରି ଆରଜିଏଚ ପଠାଇଥିଲେ । ହେଲେ ଦୁଇ ଜଣ ବୁଡି ଯାଇଥିଲେ ।
ସାମାନ୍ୟ ଅସବାଧନତା ପ୍ରାଣ ନେଉଥିବାବେଳେ ଆଜିର ଯୁବପୀଢୀ ସେଲଫି ମାନିଆ ହୋଇଛନ୍ତି । ଫଟୋ ଉଠାଇବାର ବ୍ୟାକୁଳତା ଜୀବନ ନେଇଯାଉଛି ।
Powered by Froala Editor