ଯୁବକଙ୍କ ମରଣାନ୍ତକ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଭିତରଣାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଆକ୍ରମଣର କାରଣ ଜଣାପଡ଼ିନି।
ମୃତକ ତଥା ଗୁରୁତରଙ୍କ ପରିଚୟ ମିଳି ପାରିନି। ଭିତରଣାର ଜଣେ ଯୁବକ ଏହି ଆକ୍ରମଣ ଘଟାଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି।
ଆକ୍ରମଣକାରୀଜଣକ ଏକ କୁରାଢ଼ି ସାହାଯ୍ୟରେ ଦୁଇ ଜଣଙ୍କୁ ହାଣି ପକାଇଥିଲା। ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor