ଟ୍ରେନ୍ରେ ମୃତଦେହ ସହ ୧୦ ଘଣ୍ଟାର ଯାତ୍ରା : ଯାତ୍ରୀ କହିଲେ, ନା ଦେଖିପାରୁଥିଲୁ ନା ଶୋଇପାରୁଥିଲୁ
ଟ୍ରେନରେ ଯାତ୍ରା କରୁଥିବାବେଳେ ଆପଣଙ୍କ ପାଖରେ ବସିଥିବା ଲୋକର ମୃତ୍ୟୁ ଘଟିବ । ଆଉ ସେ ମୃତଦେହ ସହ ଆପଣଙ୍କୁ ଦୀର୍ଘ ସମୟ ଯାତ୍ରା କରିବାକୁ ବାଧ୍ୟ କରାଯିବ । ତେବେ ଭାବନ୍ତୁ କିିପରି ଲାଗିବ । ହଁ ଏମିତି କିଛି ଘଟିଛି ଗୋବର୍ଦ୍ଧନ ଓ କିଛି ଯାତ୍ରୀଙ୍କ ସହ ।
ରାମଜିତ ନାମକ ଜଣେ ବ୍ୟକ୍ତି ଚେନ୍ନାଇରେ ଟାଇଲ ଲଗାଇବା କାମ କରୁଥିଲେ। ରୋଗଗ୍ରସ୍ତ ହେବା ହେତୁ ରାମଜିତ ତାଙ୍କର ସମ୍ପର୍କୀୟ ଗୋବର୍ଦ୍ଧନଙ୍କ ସହିତ ତାମିଲନାଡ଼ୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ବସି ଘରକୁ ଫେରୁଥିଲେ। ଏହି ସମୟରେ ରାମଜିତଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଗୋବର୍ଦ୍ଧନ ଅନ୍ୟ ଯାତ୍ରୀଙ୍କ ସାହାଯ୍ୟ ନେଇ ରେଳ ଅଧିକାରୀଙ୍କୁ ସୂଚନା ଦେବା ସହିତ ରେଳ ହେଲପ୍ ଲାଇନକୁ ଖବର ଦେଇଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଏଭଳି ଭାବେ ଯାତ୍ରୀମାନେ ଏକ ମୃତ ଶରୀର ସହିତ ୧୦ଘଣ୍ଟା ଧରି ଯାତ୍ରା କରିଥିଲେ।
ତେବେ କୋଚରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି, 'ମୃତଶରୀର ସହିତ ରେଳ ଯାତ୍ରାର ଅନୁଭୂତି ମୁଁ କେବେ ଭୁଲି ପାରିବି ନାହିଁ। ଏହା ଅତ୍ୟନ୍ତ ଭୟାବହ ପରିସ୍ଥିତି ଥିଲା। ନା ଆଖି ଖୋଲି ଦେଖି ହେଉଥିଲା ନା ଶୋଇ ହେଉଥିଲା।' ନଭେମ୍ବର ୬ ତାରିଖରେ ଯେତେବେଳେ ଝାନସୀ ଷ୍ଟେସନରେ ଏକ୍ସପ୍ରେସ ପହଞ୍ଚିଥିଲା ସେତେବେଳେ ଯାଇ ଜିଆରପି କୋଚରୁ ମୃତଶରୀରକୁ ତଳକୁ ଓହ୍ଲାଇ ଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Powered by Froala Editor