ବିରଳ ଅସ୍ତ୍ରୋପଚାର : ଫୁସଫୁସରୁ ଛୁଞ୍ଚି ବାହାର କଲା ଚୁମ୍ବକ
ଚୁମ୍ବକ ସାହାଯ୍ୟରେ ୭ ବର୍ଷ ବୟସ୍କ ପିଲାର ଫୁସଫୁସରୁ ବାହାର କରାଗଲା ଛୁଞ୍ଚି । ଦିଲ୍ଲୀ ଏମ୍ସରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ତେବେ ଚୁମ୍ବକରେ ଛୁଞ୍ଚି ବାହାର କରିବା ଭଳି ଦେଶୀ ଯୋଗାଡକୁ ନେଇ ଏମସ ଡାକ୍ତରମାନେ ଚର୍ଚ୍ଚାକୁ ଆସିଛନ୍ତି । ପେଡିଆଟ୍ରିକ ସର୍ଜରୀ ପକ୍ଷରୁ ଏହି ବିରଳ ଚିକିତ୍ସା କରାଯାଇଛି ।
ସୂଚନାଯୋଗ୍ୟ, ପିଲାଟିର ବାମ ଫୁସଫୁସରେ ଏକ ୪ ସେଣ୍ଟିମିଟରର ସିଲେଇ ମେସିନ ଛୁଞ୍ଚି ଅଟକିଯାଇଥିବାରୁ ତାର ରକ୍ତ କ୍ଷରଣ ହେଉଥିଲା । ରେଡିଓଲୋଜିକାଲ ଯାଞ୍ଚରୁ ଫୁସଫୁସରେ ଛୁଞ୍ଚି ଅଟକିଥିବା ଜଣାପଡିଥିଲା । ଛୁଞ୍ଚିଟି ଏପରି ଗଭୀରରେ ରହିଥିଲା ଯେ ତାହାକୁ ସାଧାରଣ ଅସ୍ତ୍ରୋପଚାର ଜରିଆରେ ବାହାର କରିବା ସମ୍ଭବ ନଥିଲା । ଶେଷରେ ଚୁମ୍ବକ ଜରିଆରେ ଛୁଞ୍ଚି ବାହାର କରାଯାଇଥିଲା ବୋଲି ଡାକ୍ତର
କହିଛନ୍ତି ।
ଚାନ୍ଦିନୀ ଚୌକ ମାର୍କେଟରୁ ଏକ ସ୍ବତନ୍ତ୍ର ଧରଣର ଚୁମ୍ବକ ଅଣାଯାଇଥିଲା ଯାହା ୪ ମିଲିମିଟର ଓସାର ଓ ୧. ୫ ମିଲିମିଟରର ଘନତା ଥିଲା । ତେବେ ପିଲାଟିର ଫୁସଫୁସକୁ କିପରି ଛୁଞ୍ଚିଟି ପଶିଯାଇଥିଲା ତାହା ପିଲାଟିର ପରିବାର ସୂଚନା ଦେଇପାରି ନଥିଲେ ।
Powered by Froala Editor