ନଡ଼ା ପୋଡିବାକୁ ସରକାରୀ ଅଫିସରଙ୍କୁ ବାଧ୍ୟ କଲେ ଚାଷୀ
ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର। ତେବେ କ୍ଷେତରେ ନଡ଼ାପୋଡ଼ି ବନ୍ଦ କରାଇବାକୁ ଯାଇଥିବା ଜଣେ ସରକାରୀ ଅଧିକାରୀଙ୍କୁ ବାଧା ଦେଇ ବଳପୂର୍ବକ ତାଙ୍କଦ୍ବାରା ନଡ଼ା ପୋଡ଼ାଇଥିବା ଅଭିଯୋଗରେ ଭଟିଣ୍ଡାର କେତେକ କୃଷକମାନଙ୍କ ନାଁ’ରେ ପୁଲିସ ମାମଲା ରୁଜୁ କରିଛି।
ଚନା ମୁତାବକ, କ୍ଷେତରେ ନିଆଁ ଲଗାଇବା ପାଇଁ କୃଷକଙ୍କୁ ରୋକିବାକୁ ଏକ ସରକାରୀ ଟିମ୍ ଭଟିଣ୍ଡା ଯାଇଥିଲେ। ଏହି ସମୟରେ, କୃଷକମାନେ ସରକାରୀ ଦଳର ନିର୍ଦ୍ଦେଶକୁ ଅବମାନନା କରିଥିଲେ। ଏପରିକି ଜଣେ ଅଧିକାରୀଙ୍କୁ ବଳପୂର୍ବକ ନଡା ଧରାଇ ନିଆଁ ଲଗାଇବାକୁ ବାଧ୍ୟ କରିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏହି ଭିଡିଓକୁ ସୋଶାଲ ମିଡିଆ ଆକାଉଣ୍ଟରେ ସେୟାର କରି ଏହାକୁ ନିନ୍ଦା କରିଛନ୍ତି। ଏନେଇ ଭଟିଣ୍ଡାର କେତେକ କୃଷକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି। ଭିଡିଓରେ ଦେଖାଯାଉଛି ସରକାରୀ ଅଧିକାରୀଙ୍କ ହାତକୁ ୨ଜଣ କୃଷକ ଧରି ଦିଆଶିଲି କାଠି ଜଳାଇ ନଡ଼ା ପୋଡ଼ିବାକୁ ବଳ ପ୍ରୟୋଗ କରୁଛନ୍ତି।
ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେଇଥିବା କୃଷକମାନଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରିବା ଲାଗି ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍କୁ ଚିଠି ଲେଖିଛି ବୋଲି ଶନିବାର ଭଟିଣ୍ଡାର ଡେପୁଟି କମିସନର୍ ଶୌକତ୍ ଅହମଦ୍ ପାରେ କହିଛନ୍ତି।
Powered by Froala Editor