ନିଶ୍ୱାସ ନେବା ବି ହେଲାଣି ମୁସକିଲ, ରାଜଧାନୀରେ ୧୦ ତାରିଖ ଯାଏ ସ୍କୁଲ ବନ୍ଦ
ନୂଆଦିଲ୍ଲୀ: ବଢ଼ୁଛି ପ୍ରଦୂଷଣ ମାତ୍ରା। ଯୁଆଡେ ଚାହିଁବ ସିଆଡେ କେବଳ ଧୂଳି ଆଉ ଧୂଆଁ। ସ୍ଥିତି ଏପରି ଯେ ନିଶ୍ୱାସ ନେବା ବି ମୁସକିଲ ହୋଇପଡିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାର କଡା ପଦକ୍ଷେପ ନେଇଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖ ଯାଏ ଦେଶର ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି।
ପ୍ରଥମରୁ ୫ମ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୬ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। କିନ୍ତୁ ବିକଳ୍ପ ଦିଆଯାଇଛି ଯେ ଯଦି ସେ ଚାହାଁନ୍ତି, ତେବେ ଅନଲାଇନ୍ କ୍ଲାସ୍ କରିପାରିବେ। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ଏ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ନଭେମ୍ବର ୫ ପର୍ୟ୍ୟନ୍ତ ପଞ୍ଚମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ବର୍ତ୍ତମାନ ଏହାକୁ ୧୦ ନଭେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି।
Powered by Froala Editor