ଆଖି ପିଛୁଳାକେ କାର୍, ବାଇକ୍, ଲୋକଙ୍କ ଉପରେ ମାଡିଗଲା ବସ୍
![ଆଖି ପିଛୁଳାକେ କାର୍, ବାଇକ୍, ଲୋକଙ୍କ ଉପରେ ମାଡିଗଲା ବସ୍](https://odishanewslens.com/news_gallery/25693_1699126005.jpg)
ଦିଲ୍ଲୀ ସରକାରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଯାଇଛି। ଦୁର୍ଘଟଣାର ସିସିଟିଭି ଚିତ୍ର ସମ୍ପୂର୍ଣ୍ଣ କଏଦ ହୋଇଛି । ଦ୍ରୁତ ଗତିରେ ଆସି ଏକ ବସ୍ ଅନ୍ୟ କାର୍ ଏବଂ ବାଇକଗୁଡିକୁ ଧକ୍କା ଦେଇ ଜଣେ ଲୋକଙ୍କୁ ଚକା ତଳେ ଚାପି ଦେବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଡ୍ରାଇଭରକୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ କରିଛି ।
ଦିଲ୍ଲୀର ଅବନ୍ତିକା ବିଶ୍ରାମ ଚୌକ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭିଡିଓରେ ଇଲେକ୍ଟ୍ରିକ୍ ବସ୍ ଏକ କାର୍, ଇ-ରିକ୍ସା ଏବଂ ବାଇକକୁ ଧକ୍କା ଦେଇ ଘୋଷାଡି ନେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଚକା ତଳେ ଜଣେ ବ୍ୟକ୍ତିଙ୍କୁ ଚାପି ଦେବା ପରେ ଏକ ଘର ସମ୍ମୁଖରେ ପାର୍କିଂ ହୋଇଥିବା ଏକାଧିକ ସାଇକେଲ୍ ଓ ବାଇକ୍ ଉପରେ ମଧ୍ୟ ମାଡି ଯାଇଛି ବସ୍। ଗତମାସରେ ଡିଟିସିର ଏକ ବସ ଧକ୍କାରେ ଜଣେ ୩୬ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
Powered by Froala Editor