ଛତିଶଗଡ଼ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା
ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ପୂର୍ବରୁ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଛନ୍ତି। ଶନିବାର ଦିନ କୌଶଲନର ଅଞ୍ଚଳରେ ଏହି ଘଟଣାଟି ଘଟିଛି। ରତନ ଦୁବେ ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ଥିଲେ। ଶ୍ରୀ ଦୁବେ ଜିଲ୍ଲା ପଞ୍ଚାୟତରେ ଏହି ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ।
କୁହାଯାଉଛି ଯେ, ରତନ ଦୁବେ ପ୍ରଚାର କରୁଥିବା ସମୟରେ ମାଓବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଦୁବେଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ୭ ଏବଂ ୧୭ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ତା ପୂର୍ବରୁ ବିଜେପି ନେତାଙ୍କ ହତ୍ୟା ସ୍ତପ୍ଧ କରିଦେଇଛି । ଅନ୍ୟ ନେତାମାନେ ପ୍ରଚାର ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରିଥିବା ସୂଚନା ମିଳିଛି ।
Powered by Froala Editor