ଜମ୍ମୁ-କାଶ୍ମୀରରେ ଭୂକମ୍ପ
ଜମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ସକାଳ ପ୍ରାୟ ୬ଟା୨୧ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ ଏଯାଏଁ ସୂଚନା ମିଳିନାହିଁ। ଏହାପୂର୍ବରୁ ଡୋଡା ଜିଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏନସିଏସ ସୂଚନା ଅନୁଯାୟୀ, ଡୋଡା ଜିଲାରେ ଅପରାହ୍ନ ୩ଟା ୩୭ରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା। ସେହି ସମୟରେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଥିଲା ।
Powered by Froala Editor